ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁ ଥିବା ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି । ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ, ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ, କିପରି କୌଣସି ଶିଶୁଙ୍କୁ ଉପରୋକ୍ତ କାର୍ଯ୍ୟରେ ନ ଲଗାଯିବ, ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଏହି ଦଳ ଆଗରେ, କଲେଜ ଛକରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା । ଏହି ପିଲାମାନେ ତାଙ୍କ ମାଆଙ୍କ ସହ ଏହି କାର୍ଯ୍ୟରେ ନିଯୋଜିତ ଥିଲେ । ପିଲାମାନଙ୍କ ବୟସ ୧୪ , ୧୦, ୮ ବର୍ଷ ଥିଲାବେଳେ ଏମାନଙ୍କ ମଧ୍ୟରୁ ଦୁଇଜଣ ଝିଅ ଏବଂ ଜଣେ ପୁଅ ଥିଲେ । ଏହି ଦଳ ସେହି ସ୍ଥାନରୁ ପିଲା ମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ପିଲା ମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଆଗରେ ପହଞ୍ଚିଥିଲେ ! ମାଆ ଏବଂ ବାପା ଲିଖିତ ଆକାରରେ ଶିଶୁ ମଙ୍ଗଳ ସମିତି କୁ ଜଣାଇଥିଲେ ଯେ, ଏହିପରି କାର୍ଯ୍ୟରେ ଆଗକୁ ସେମାନେ ଶିଶୁମାନଙ୍କୁ ନିୟୋଜିତ କରିବେ ନାହିଁ । ତାପରେ ଯାଇ, ଶିଶୁ ମଙ୍ଗଳ ସମିତି ଶିଶୁ ମାନଙ୍କୁ ବାପା ଏବଂ ମାଆ ଙ୍କୁ ହସ୍ତାନ୍ତର କରିଥିଲେ । ଶିଶୁ ମାନଙ୍କୁ ପରାମର୍ଶ ଦେଲା ପରେ, ଜଣା ପଡ଼ିଲା ଯେ ପିଲାମାନେ ପାଠ ପଢ଼ିବା ପାଇଁ ଆଗ୍ରହୀ ଅଛନ୍ତି । ମାଆ ଏବଂ ବାପା ମଧ୍ୟ ଏଥି ପ୍ରତି ଆଗ୍ରହୀ ଅଛନ୍ତି , ଆଗାମୀ ଦିନରେ ପିଲା ମାନଙ୍କୁ ପାଠ ପଢ଼ାଇ, ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ ତାହା ଜିଲ୍ଲା ପ୍ରଶାସନ ର ଦାୟିତ୍ଵ  ରହିଲା !

Leave a Reply

Your email address will not be published. Required fields are marked *