ଅନୁସୂଚିତ ଜାତି, ଜନଜାତି ସମନ୍ୱୟ ପରିଷଦ ପକ୍ଷରୁ ଗଜପତି ଜିଲ୍ଲା ବନ୍ଦ ଡାକରା : ପ୍ରଭାବ ଆଂଶିକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁସୂଚିତ ଜାତି ଜନଜାତି ସମନ୍ୱୟ ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ସହରର ପୁରୁଣା କୋର୍ଟ ଛକ, ରାମ ନଗର, ଫରେଷ୍ଟ ଗେଟ, ମହେନ୍ଦ୍ର ତନୟା ବ୍ରିଜ ଏବଂ ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ବନ୍ଦ କରାଯାଇଥିଲା । ଗାଡି ଚଳାଚଳ ବନ୍ଦ ରହିଥିଲା । ଯାତ୍ରୀବାହୀ ବସ ବନ୍ଦ ରହିଥିଲା ! ପ୍ରକାଶ ଥାଉ କି ଅନୁସୂଚିତ ଜାତି ଜନଜାତିଙ୍କୁ ସଂରକ୍ଷଣରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବର୍ଗୀକରଣ କରିବା ନିମନ୍ତେ ଏକତରଫା ନିର୍ଦ୍ଦେଶ କୁ ବିରୋଧ କରାଯାଇ ବନ୍ଦ ଡାକରା ଦିଆଯାଇଥିଲା !

Leave a Reply

Your email address will not be published. Required fields are marked *