ପାରଳାଖେମୁଣ୍ଡିରେ ନର୍ସିଂ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ନାରୀ ସୁରକ୍ଷା ପାଇଁ ଶୋଭାଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିରେ ନର୍ସିଂ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ନାରୀ ସୁରକ୍ଷା ପାଇଁ ଶୋଭାଯାତ୍ରା ! କଲିକତା ସ୍ଥିତ ମେଡିକାଲ କଲେଜରେ ମହିଳା ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅମାନୁଷିକ ବର୍ବରତା ସହ ହତ୍ଯାର ପ୍ରତିବାଦରେ ପାରଲାଖେମୁଣ୍ଡି ଜିଲ୍ଲାରେ ଥିବା ଟିପି ଏଜୁକେସନ୍ ନର୍ସିଂ ଛାତ୍ର ଛାତ୍ରୀ ମାନେ ଏକ ରାଲିର ଆୟୋଜନ କରିଥିଲେ । ଏଥିରେ କଲେଜର ଛାତ୍ର ଛାତ୍ରୀ କର୍ମଚାରୀ ବିଭିନ୍ନ ପ୍ରକାରର ନାରା ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ସମସ୍ତେ ହାତରେ ପ୍ଲାକାର୍ଡ଼ ଧରି ରାଜନହର ସମ୍ମୁଖରୁ ବାହାରି ହାଇସ୍କୁଲ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ । ପ୍ରକୃତ ଦୋଷୀକୁ ଧରିବା ଓ ଉଚିତ୍ ଦଣ୍ଡ ବିଧାନ କରିବା ଦାବୀ ସହ ଆଇନ ସୁରକ୍ଷା ଓ କାର୍ଯ୍ଯରତ ମହିଳା ମାନଙ୍କୁ ସୁରକ୍ଷା କଡାକଡି ବ୍ୟବସ୍ଥା ଉପରେ ମଧ୍ୟ ଜୋର ଦେଇଥିଲେ !

Leave a Reply

Your email address will not be published. Required fields are marked *