ତୁଳୀରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର !!!

0
54

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାଟି ମୂର୍ତ୍ତି ରେ କାରିଗର ଙ୍କ ଶେଷ ସ୍ପର୍ଶ ! ଆଉ ଦୁଇ ଦିନ ପରେ ବିଘ୍ନରାଜ ଗଜାନନ ପୂଜା । ତେଣୁ ମୂର୍ତ୍ତି କାରିଗର ମାନେ ଗଣେଶଙ୍କ ମୂର୍ତ୍ତି କରିବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି କୁ ବ୍ୟାନ କରିବା ପରେ , ମାଟି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢିବାରେ ବ୍ୟସ୍ତ ରହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଟିକିଆ ସାହି ଚିତ୍ରକାର ସାହି ରେ ମାଟି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ରେ ଦେଉଛନ୍ତି ଶେଷ ସ୍ପର୍ଶ । କାରିଗର ମାନେ ତୁଳୀରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ।ମାଟି ମୂର୍ତ୍ତି ଅତି ସୁନ୍ଦର ନିଖୁଣ ଭାବରେ ନିର୍ମିତ ହୋଇଛି । ମୂର୍ତ୍ତି କିଣିବା ସକାଶେ ଗ୍ରାହକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସାହି ଛକ ବଜାରରେ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଛି । ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି କୁ ରୋକ ଲଗାଇବା ଫଳରେ ମାଟି ମୂର୍ତ୍ତି କାରିଗର ମାନେ ଅଧିକା ଦୁଇ ପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି।

 

LEAVE A REPLY

Please enter your comment!
Please enter your name here