ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଉତ୍ସବରେ ରକ୍ତଦାନ ଶିବିର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ରତାପାଟ ସ୍ଥିତ କଲ୍ୟାଣୀ ମଣ୍ଡପରେ ବିଧାୟକ ବିଜୟ କୁମାର ଦଳବେହେରା ଙ୍କ ନେତୃତ୍ୱ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେପି ର କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି, ବିଭୁଦତ୍ତ ପଟ୍ଟନାୟକ, ମହେନ୍ଦ୍ର ପଢ଼ିଆରୀଙ୍କ ସମେତ ବହୁ ବିଜେପି କର୍ମୀ ଏବଂ ସଦସ୍ୟ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ! ବହୁ ଛାତ୍ର ଛାତ୍ରୀ , ଯୁବକ ଯୁବତୀ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିବା ସମୟରେ 120 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଧାୟକ ଶ୍ରୀ ଦଳବେହେରା ସମସ୍ତଙ୍କୁ ଫଳ, ଜୁସ, ମିଠା ଏବଂ ପଇଡ଼ ଦେଇ ସମସ୍ତଙ୍କ ନିରାମୟ ସ୍ୱାସ୍ଥ୍ୟ କାମନା କରିବା ସହ ସେଣ୍ଟ୍ରାଲ ରେଡ଼କ୍ରସ ରୁ ଆସିଥିବା ଡାକ୍ତର ଏବଂ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *