ନୀଳାଚଳ ଇସ୍ପାତ ନିଗମରୁ ମୃତଦେହ ଜବତ ଘଟଣାରେ ପଞ୍ଚମ ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗତ ୨ ତାରିଖରେ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମରେ ନିଖୋଜ ଥିବା ସିଲୁ ପ୍ରଧାନଙ୍କ ମୃତ ଦେହ କାରଖାନା ପରିସରରେ ଥିବା ଏକ ଚିପ୍ସ ଗଦା ତଳୁ କଳିଙ୍ଗନଗର ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ପୋଲିସ ୨୮୬/୨୪ରେ ଏକ ମାମଲା ରୁଜୁ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମାନସ ମଳୟ ରାଉତକୁ ପୋଲିସ କୋର୍ଟ ଚାଲାଣ କରିଛି । ପୂର୍ବରୁ ଏହି ଘଟଣାରେ ଜଡ଼ିତ ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ମହାନ୍ତିଙ୍କ ପୁଅ ତାରିଣୀ ପ୍ରସାଦ ମହାନ୍ତି (୪୨), କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅଞ୍ଚଳର ରବୀନ୍ଦ୍ର ପାତ୍ରଙ୍କ ପୁଅ ଆଲୋକ ପାତ୍ର (୨୪), ହରିଚନ୍ଦନପୁର ଥାନା ଅଞ୍ଚଳର କୈଳାସ ମହାନ୍ତଙ୍କ ପୁଅ ପଦ୍ମଲୋଚନ ମହାନ୍ତ (୩୫) ଓ ସୁକିନ୍ଦା ଥାନା ସଂସାଇଲୋ ଗ୍ରାମ ଖଗେଶ୍ବର ମହାନ୍ତଙ୍କ ପୁଅ ଜଗଦୀଶ ମହାନ୍ତ (୩୦) ଗତ ଶନିବାର କୋର୍ଟ ଚାଲାଣ ହୋଇଥିବା ବେଳେ ବୁଧବାର ଦିନ ପୋଲିସ ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳ ଶରତ ରାଉତଙ୍କ ପୁଅ ମାନସ ମଳୟ ରାଉତ(୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *