ନିଶାମୁକ୍ତ ଭାରତ ଅଭିଯାନ ପାଳନ ଅବସରରେ ଗୋଷାଣି ବ୍ଲକ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦରମହକୁମା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଅଭିଯାନ ପାଳନ ଅବସରରେ ବ୍ଲକ ଆନ୍ତଃବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତା ମଧ୍ୟରେ ତର୍କ, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ଆଦି ହୋଇଥିଲା । ଏଥିରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର 80ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗନେଇଥିଲେ । 5 ମରୁ 8 ମ ପ୍ରାଥମିକ ଓ 9 ମରୁ 10 ବରିଷ୍ଠ ବିଭାଗର ଦୁଇ ବର୍ଗ କରାଯାଇ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ଆକର୍ଷଣୀୟ ଢଙ୍ଗରେ ପ୍ରତିପାଦନ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଟି.କିଶୋର କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ଏନ୍. ବିମଳ ଏବଂ ପ୍ରଧାନ ଶିକ୍ଷକ ପି. ପ୍ରକାଶ ରାଓ, ଜି. ଗୋବିନ୍ଦ ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ବୃନ୍ଦ ନିଶା ମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କହିଥିଲେ । ଏହା ସହ ନିଶାମୁକ୍ତ କରିବାକୁ ହେଲେ ତୃଣମୂଳସ୍ତରରେ ସମସ୍ତେ ଉଦ୍ୟମ କଲେ ହିଁ ମିଶନ୍ ସଫଳ ହେବ ବୋଲି ମଧ୍ୟ କହିଥିଲେ । ଶେଷରେ କୃତୀତ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ପାରଳାଖେମୁଣ୍ଡି ସ୍ଥିତ ପଦ୍ମନାଭ ଗଜପତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ. ଡ. ପ୍ରେମାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *