ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୁବନେଶ୍ବରରେ ଆୟୋଜିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଯୋଗଦାନ କରି ନିଜର ବିଚାର ରଖିଛନ୍ତି । ଦକ୍ଷିଣ ଓଡ଼ିଶାର ସାତଟି ଜିଲ୍ଲା କୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଏଥିରେ ସାମିଲ ରହିଛି । ଉକ୍ତ ପରିଷଦର ଅଧ୍ୟକ୍ଷ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ସାତଟି ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଙ୍କୁ ନେଇ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଏହି ଅବସରରେ ଏହି ସାତଟି ଜିଲ୍ଲାର ସମସ୍ତ ବ୍ଳକ କୁ ସାମିଲ କରିବା ସହ ସମସ୍ତଙ୍କ ବିକାଶ କ୍ଷେତ୍ରରେ ବିକାଶ ମୁଳକ କାର୍ଯ୍ୟ କୁ ଆଗେଇ ନେବାକୁ ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଥିଲେ ।
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ରେ ପାରଳାଖେମୁଣ୍ଡି ବିଧାୟକ ଙ୍କ ଯୋଗଦାନ !!!

