କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ! କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ହୃଷୀକେଶ ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଅଧକ୍ଷ ସୁନନ୍ଦ କୁମାର ଛାଟୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମମତା ଜେନା ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନୀତ ଅତିଥି ରୂପେ ବାଙ୍କୀ ମହାବିଦ୍ୟାଳୟ ଅଧ୍ୟାପକ ସମୀର କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା !

Leave a Reply

Your email address will not be published. Required fields are marked *