ପୋଵଲା ଗ୍ରାମରେ ଘରପୋଡ଼ି : ଜଳିଗଲା ଚାରି ବଖରା ଘର !!!

0
42
Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର ପୋଵଲା ଗ୍ରାମରେ ଅଗ୍ନିକାଣ୍ଡ ! ଚାରି ବଖରା କଚା ଘର ସମ୍ପୂର୍ଣ ଜଳି ଭସ୍ମୀଭୂତ l ଗ୍ରାମବାସୀ ଙ୍କ କହିବା ଅନୁଯାଇ ଅପରାହ୍ନ ପାଖାପାଖି ତିନିଟା ସମୟରେ ନିଆଁ ଲାଗି ଯାଇଥିଲା ! ଅଗ୍ନିକାଣ୍ଡରେ ଧାନ ଚାଉଳ ଇତ୍ୟାଦି ପୋଡିଯିବା ସହିତ ଅନେକ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି l ବିଜୟ ଯାନୀ, କାର୍ତିକ ଯାନୀ, ବିମଳା ଯାନୀ ଏବଂ ପ୍ରଦୀପ ଯାନୀ ଙ୍କର ଘର ପୋଡି ଯାଇଥିବା ଜଣା ଯାଇଛି l ଖବର ପାଇ ନୂଆଗାଁ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ l ଘରପୋଡି ସମ୍ପର୍କରେ ଖବର ପାଇ ଆଡିସନାଲ ତହସିଲଦାର କବିରାଜ ସେଠି ଏବଂ ସ୍ଥାନୀୟ ଆରଆଇ ପହଞ୍ଚି କ୍ଷୟକ୍ଷତି ରିପୋର୍ଟ ନେଇଥିଲେ !

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here