ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତି ଗାଁ ର ସାତ ନଂ ୱାର୍ଡ ବାସିନ୍ଦା ଦୀର୍ଘ ଦିନ ଧରି ପିଇବା ପାଣିର ଅସୁବିଧା ହେତୁ ଆଜି ହାତରେ ମାଠିଆ ହାଣ୍ଡି ଧରି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ! ଫଳରେ ଅଡାସିଂଗ୍ ଗୋପିଲି ରାସ୍ତା ଅବରୋଧ ହୋଇ ଯାତାୟାତ ଠପ୍ ହୋଇ ପଡ଼ିଥିଲା । ରାସ୍ତା ଅବରୋଧ ପରେ ପୋଲିସ୍ ଏବଂ ସ୍ଥାନୀୟ ସରପଂଚ ପହଞ୍ଚି ଲୋକ ଙ୍କ ସହ ଆଲୋଚନ କରିବା ଫଳ ରେ ରାସ୍ତା ଅବରୋଧ ହଟିଥିଲା ! ଖବର ପ୍ରସ।ରଣ ପରେ ଗ୍ରାମ ର ସାତ ନମ୍ବର ୱାର୍ଡ ବାସି କେବେ ବିଶୁଦ୍ଧ ଜଳ ପାଇ ପାରିବେ ଦେଖିବାକୁ ବାକି ରହିଲା ।