ମହାପ୍ରଭୁ ଜଗନ୍ନାଥ ଙ୍କ ବିଗ୍ରହ ଓ ଜି ମିଡିଆରେ ମନ୍ତବ୍ୟ କୁ ନେଇ ବିକ୍ଷୋଭ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ କୁ ନେଇ ଦୀଘା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିବା ଓ ଜି ମିଡିଆ ରେ ରାମକୃଷ୍ଣ ଦାସ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରାପଡା ଚାନ୍ଦୋଳ ଖରିଦା ସାହି ବଜାର କମିଟି ସଭାପତି ଦୀପକ ସାହା ଙ୍କ ନେତୃତ୍ୱରେ କମିଟି ପକ୍ଷରୁ ବିରୋଧ କରାଯାଇଛି । 30 ମିନିଟ ଧରି କଟକ ଚାନ୍ଦବାଲି ରାସ୍ତା ଚାନ୍ଦୋଳ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉକ୍ତ ମିଡିଆରେ ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ଗିରଫ ଓ ପରେ ତଦନ୍ତ କରାଯାଉ ବୋଲି ନାରାବାଜି ଦେଇଥିଲେ ।

Leave a Reply

Your email address will not be published. Required fields are marked *