ନୟାଗଡ଼ (ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡ ନୟାଗଡ଼ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଆଶ୍ରୟ ସ୍ଥଳୀକୁ ଅଚାନକ ପରିଦର୍ଶନରେ ଯାଇ ଅନ୍ତେବାସୀ ଏବଂ ମ୍ୟାନେଜର ବର୍ଷାରାଣୀ ନେପକଙ୍କୁ ଭେଟି ଆଶ୍ରୟସ୍ଥଳୀର ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ । ସଚିବ ଆଶ୍ରୟସ୍ଥଳୀର ମ୍ୟାନେଜରଙ୍କୁ ପରିବେଶ ସ୍ଵଚ୍ଛ ରଖିବାକୁ ତାଗିଦ୍ କରିଥିଲେ । ସେହିଭଳି ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ଅଚାନକ ଗସ୍ତ କରି ଅନ୍ତେବାସୀଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ଏବଂ ବୃଦ୍ଧାଶ୍ରମର କର୍ମଚାରୀ ମାନଙ୍କୁ ପରିବେଶକୁ ସ୍ଵଚ୍ଛ ରଖିବାପାଇଁ ପରାମର୍ଶ ଦେଇଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ସାମିଲ ଥିଲେ । ସଚିବଙ୍କର ଏପରି ଅଚାନକ ଗସ୍ତକୁ ଜିଲାର ସମସ୍ତ ମହଲରେ ପ୍ରଶଂସା କରିବା ସହ ଏଭଳୀ କାଯ୍ୟକ୍ରମ ପୂର୍ବରୁ କେବେ କେହି କରି ନଥିଲେ l
ଆଇନ ସେବା ପ୍ରାଧିକରଣ ସଚିବଙ୍କ ଆଶ୍ରୟସ୍ଥଳୀ ପରିଦର୍ଶନ !!!

