ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ସମାଜସେବୀ କ୍ଷୀରୋଦ ସାହୁ ୬୩ ତମ ରକ୍ତଦାନ କରିଛନ୍ତି l ତାଳଚେର ଜନ ବହୁଳ ଓ ଖଣି ଖଦାନ ହେଇଥିବାରୁ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ରକ୍ତର ଅଭାବ ଦେଖା ଯାଇଥାଏ l ଏହାକୁ ଆଖି ଆଗରେ ରଖି ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ ବୋଲି ରକ୍ତଦାନ କରିବା ସହିତ ସଚେତନତା କରିଥାନ୍ତି l ସୂଚନା ଯୋଗ୍ୟ ଶ୍ରୀ ୧୯୯୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ କଟକ, ଭୁବନେଶ୍ବର ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ମାନଙ୍କରେ ଥିବା ବିଭିନ୍ନ ହସପିଟାଲ ରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି, ପ୍ରସୂତି ମହିଳା, ଟ୍ୟୁମର ଅପରେସନ, ଅର୍ଥ ପେଡିଆ ଅପରେସନ, ସିକିଲିନ୍, ଥାଲାସେମିଆ ରୋଗୀ, ଭିନ୍ନକ୍ଷମ ଓ ବିଭିନ୍ନ ରୋଗରେ ଚିକିତ୍ସିତ ହେଉଥିବା ୧୪୨୫୧ ରୋଗୀଙ୍କୁ ୧୪୪୩୬ ୟୁନିଟ୍ ରକ୍ତ ଯୋଗାଣ କରି ବହୁ ମୂଲ୍ୟ ବଞ୍ଚେଇବାରେ ସହାୟକ ହୋଇ ପାରିଛନ୍ତି l ରକ୍ତଦାନ ସହଯୋଗ ପାଇଁ ସରକାରୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି l ସେ ୧୦୪୫ ଟି ରକ୍ତଦାନ ଶିବିରରେ ଉପସ୍ଥିତ ରହି ସହଯୋଗ କରି ଆସୁଛନ୍ତି l ସେଣ୍ଟଜନ ଏମସିଏଲ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଅନନ୍ତ କଲୋନୀ ସ୍ଥିତ ଚିଲିକା କଳା କେନ୍ଦ୍ର ଠାରେ ଆୟୋଜିତ ଆଜିର ଏହି ରକ୍ତଦାନ ଶିବିରରେ ଅତିଥି ମାନେ ଶ୍ରୀ ସାହୁଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ମାନପାତ୍ର ଦେଇ ସମର୍ଦ୍ଧିତ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଶ୍ରୀ ସାହୁଙ୍କ ମାତା ମାଳତୀ ସାହୁଙ୍କୁ ମଧ୍ୟ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ବିଶ୍ଵ ରକ୍ତଦାତା ଦିବସରେ ସମାଜସେବୀ କ୍ଷୀରୋଦ ସାହୁଙ୍କ ୬୩ ତମ ସ୍ଵେଚ୍ଛାକୃତ ରକ୍ତଦାନ !!!

