ଆନନ୍ଦ ଉତ୍ସାହର ସହ ସରିଲା ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରଥଯାତ୍ରା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଆନନ୍ଦ ଉତ୍ସାହର ସହ ସରିଲା ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରଥଯାତ୍ରା ! ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ପ୍ରଭୁ ଚତୁର୍ଦ୍ଧା ମୂରତିଙ୍କ ଯଥା ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବାପରେ ରଥରେ ବିଜେ ପାଇଁ ଅନୁଷ୍ଠିତ ହୋଇଥିଲା ନିତିକାର୍ଯ୍ୟ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ । ଏହା ସହ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇଥିଲେ । ମନ୍ଦିର ଟ୍ରଷ୍ଟି ସଭାପତି ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ରଥ ଟାଣିଥିଲେ !

Leave a Reply

Your email address will not be published. Required fields are marked *