ରତାଗଡ ବ୍ରିଜ ଉପରୁ ପାଣିରେ ଖସି ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ରତାଗଡ ବ୍ରିଜ ଉପରୁ ପୁରି ମୁଖ୍ୟ କେନାଲ ପାଣି ଭିତରକୁ ଖସି ପଡି ଭାସି ଯିବା ପରେ ନିଖୋଜ ହୋଇଛନ୍ତି ଜଣେ ଯୁବକ I ନିଖୋଜ ହୋଇଥିବା ଯୁବକ ସ୍ଥାନିୟ ଶଣ୍ଢପୁର ଗ୍ରାମର ଟୁଲୁ ବେହେରା ! ପ୍ରତ୍ୟକ୍ଷଦର୍ଶିଙ୍କ କହିବା କଥା ସେ ଝୁଲି ଝୁଲି ଆସି ବ୍ରିଜ୍ ର ବାଡ ଉପରେ ବସିଥିଲେ । କିଛି ସମୟ ବସିବା ପରେ ଅଚନାକ ପାଣି ଭିତରକୁ ଖସି ପଡିଥିଲେ । ସ୍ଥାନୀୟ କିଛି ଯୁବକ ତାଙ୍କୁ ପାଣି ଭିତରେ ବୁଡି ଖୋଜିଥିଲେ । କେନାଲରେ ଅଧିକ ପାଣି ସାଙ୍ଗକୁ ସୁଅ ଯୋର ଥିବାରୁ ନପାଇ ନିରାଶ ହୋଇଛନ୍ତି । ବାରଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଶନ୍ଧାନ କରିବା ସହ ଅଗ୍ନୀଶମ ବାହିନୀର ସହାୟତା ନେଇଛି । ବାରଙ୍ଗ ଅଗ୍ନୀଶମ ବାହିନୀର କର୍ମଚାରି ମାନେ ପାଣି ଭିତରୁ ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ତେବେ ବିଳମ୍ବିତ ସମୟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *