ଜାହାଜ ରୁ ଖସି ପଡି କ୍ରିୟୁ ସଦସ୍ୟ ନିଖୋଜ ଘଟଣା : ପିଆଇସିଟି ବର୍ଥ ରୁ ମିଳିଲା ମୃତଦେହ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଜାହାଜ ରୁ ଖସି ପଡି କ୍ରିୟୁ ସଦସ୍ୟ ନିଖୋଜ ଘଟଣା । ପିଆଇସିଟି ବର୍ଥ ରୁ ମିଳିଲା ମୃତଦେହ । ମୃତକ କ୍ରିୟୁ ସଦସ୍ୟ ଚାଇନା ନାଗରିକ ଝାଂଗ ତାଇ ବୋଲି ଜଣାଯାଇଛି । ଜାହାଜ ଲକି ଡ୍ରାଗନ ବର୍ଥ ଛାଡ଼ିବା ବେଳେ ଘଟିଥିଲା ଅଘଟଣ । ଗତ ୫ତାରିଖ ସକାଳୁ ଜାହାଜ ରୁ ଦୁଇ ନାବିକ ସମୁଦ୍ର କୁ ଖସି ପଡିଥିଲେ । ତେବେ ସଙ୍ଗେ ସଙ୍ଗେ ଜଣେ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ହୋଇ ଯାଇଥିଲେ । ଜାହାଜ ଟି ଆମେରିକା ପାନ୍ନାମା ରୁ ପିଗ୍ ଆଇରନ୍ ଆଣି ପାରାଦୀପ ଆସିଥିଲା । ଜାହଜ ରେ କ୍ୟାପଟେନ୍ ଙ୍କୁ ମିଶାଇ ମୋଟ ୨୨ଜଣ କ୍ରିୟୁ ମେମ୍ବର ଥିଲେ । ଗତ ୫ ତାରିଖ ସକାଳୁ ଜାହାଜ ପିଆଇସିଟି ବର୍ଥ ରୁ ଛାଡିବା ବେଳେ କୌଣସି କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ବସତଃ ସମୁଦ୍ର କୁ ଦୁଇ କ୍ରିୟୁ ମେମ୍ବର ଖସି ପଡିଥିଲେ । ତେବେ ଜଣେ କ୍ରିୟୁ ମେମ୍ବର ଉଦ୍ଧାର ହୋଇଥିବା ବେଳେ ନିଖୋଜ ହୋଇଥିବା କ୍ରିୟୁ ମେମ୍ବର ଙ୍କ ର ଆଜି ତାର ମୃତ ଦେହ ଉଦ୍ଧାର ହୋଇଛି ।

Leave a Reply

Your email address will not be published. Required fields are marked *