କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପଲିଟେକ୍ନିକ ଛାତ୍ରୀ ଗାୟବ ! ପ୍ରିନ୍ସିପାଲ ଓ କତ୍ତୃପକ୍ଷଙ୍କ ଅବହେଳା ନେଇ ଉଠିଲା ପ୍ରଶ୍ନ । ମହାକାଳପଡ଼ା ଥାନା ଅନ୍ତର୍ଗତ ଚଢାଇଗୁଆଁ ଗ୍ରାମର ଜଣେ ଛାତ୍ରୀ ଛତା ପାଳିଟେକ୍ନିକ ସରକାରୀ କଲେଜ ହଷ୍ଟେଲରୁ ହଠାତ୍ ଗାୟବ ! ଛାତ୍ରୀ ଅଦୃଶ୍ୟ ହେବାକୁ ନେଇ କଲେଜ ପ୍ରିନ୍ସିପାଲ ଓ କତ୍ତୃପକ୍ଷଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ ଛାତ୍ରୀ ହଷ୍ଟେଲରେ ରହୁଥିଲେ, ତଥାପି କଲେଜ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଶୁନ । ଏମିତି ସମୟରେ ଜଣେ ଛାତ୍ରୀ ହଠାତ୍ ଗାୟବ ହୋଇଯିବା, କଲେଜ ପ୍ରଶାସନର ଗଭୀର ଅବହେଳାକୁ ସ୍ପଷ୍ଟ କରୁଛି । ଛାତ୍ରୀଙ୍କ ପରିବାର ଡେରାବିଶ୍ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ହଷ୍ଟେଲରେ ରହିଥିବା ଛାତ୍ରୀ ଗାୟବ ହୋଇଗଲେ , କଲେଜ ପ୍ରିନ୍ସିପାଲ କେଉଁଠିଥିଲେ ? ଏ କେମିତିକା ସୁରକ୍ଷା ବ୍ୟବସ୍ଥା ? ଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଏଭଳି ଖେଳ କିଭଳି ଚାଲିଛି ? ଘଟଣାକୁ ନେଇ ଛାତ୍ରଛାତ୍ରୀ ମାନେ ଓ ଅଞ୍ଚଳବାସୀ କତ୍ତୃପକ୍ଷଙ୍କୁ ଦାୟୀ କରି ତୀବ୍ର ଆକ୍ରୋଶ ପ୍ରକାଶ କରୁଛନ୍ତି । ଏବେ ସମସ୍ତଙ୍କ ଦାବି କଲେଜ ପ୍ରିନ୍ସିପାଲ ଓ ଦାୟୀ କତ୍ତୃପକ୍ଷଙ୍କୁ ଦୃଢ଼ ଭାବେ ଜବାବଦେହୀ କରିବାକୁ ପଡିବ ।
ପଲିଟେକ୍ନିକ ଛାତ୍ରୀ ଗାୟବ : ପ୍ରିନ୍ସିପାଲ ଓ କତ୍ତୃପକ୍ଷଙ୍କ ଅବହେଳା ନେଇ ଉଠିଲା ପ୍ରଶ୍ନ !!!

