କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜାର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ସଫଳ ଆୟୋଜନ ପାଇଁ ମୁନିସିପାଲିଟି ଟାଉନ ହଲରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାନୀୟ ବିଧାୟକଙ୍କ ସମେତ ମହାକାଳପଡ଼ା ବିଧାୟକ, ମୁନିସିପାଲିଟି ଅଧ୍ୟକ୍ଷ, ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୂଜା କମିଟି ଉପସ୍ଥିତ ଥିଲେ ।ଆଇନ-ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ଜଳ ଓ ଆଲୋକ ଯୋଗାଣ, ଅଗ୍ନିନିରାପକ, ରାସ୍ତା ମରାମତି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା ।ପୂଜା କମିଟି ସିଙ୍ଗଲ ଉଇଣ୍ଡୋରେ ଅନୁମତି ପତ୍ର ପ୍ରଦାନ ପ୍ରସ୍ତାବ ରଖାଯାଇଥିଲା । ଡିଜେ ସାଉଣ୍ଡ ଓ ଭାଇବ୍ରେଟର ସମ୍ପୂର୍ଣ୍ଣ ବନ୍ଦ, ଭସାଣି ଦିନରେ ମଦ ଦୋକାନ ବନ୍ଦ ରହିବାକୁ ସ୍ୱୀକୃତି ମିଳିଛି । ପୂଜାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *