ବାୟୋ ଟେକ୍ନୋଲୋଜି ମାଧ୍ୟମ ରେ ଆଳୁ ଚାରା ରୋପଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସାରା ରାଜ୍ୟ ରେ ରହିଥିବା ଆଳୁର ଅଭାବ ଦୂରୀକରଣ ପାଇଁ ପ୍ରଥମ କରି ହେବାକୁ ଯାଉଛି ବାୟୋ ଟେକ୍ନୋଲୋଜି ମାଧ୍ୟମ ରେ ଆଳୁ ଚାରା ରୋପଣ ! ଯାହାର ଏନ୍ତୁଳି ଶାଳ ପାଲଟିବାକୁ ଯାଉଛି କଟକ ଜିଲ୍ଲା ବାଙ୍କୀ ଅଂଚଳ . ଏଠାକାର ମାଟି ପରୀକ୍ଷଣରୁ ଜଣା ପଡିଛି ଆଳୁ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ . ଯଦି ଏହା ସଫଳ ରୁହେ ଆଉ ନିର୍ଭର କରିବାକୁ ପଡିବ ନାହିଁ ପଡୋଶୀ ରାଜ୍ୟ ଉପରେ. ଯାହାର ଟିସୁକଲଚର ଲାବ ର ସ୍ଥାପନ ପାଇଁ ବାଙ୍କୀ ନରଣପୁର ଠାରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି . ଏହି ଟିସୁ କଲଚର ଲାବ ର ମୁଖ୍ୟ ଉଦେଶ୍ୟ ଆଳୁ ଚାରା ରୋପଣ କରିବା. ଯଦି ଏହା ପ୍ରାଥମିକ ପର୍ଯ୍ୟାୟ ରେ ସଫଳତା ଆଣେ ନିଶ୍ଚିନ୍ତ ପ୍ରଥମ ପର୍ଯ୍ୟାୟ ରେ ଓଡିଶା ର ୧ ଶହ ଏକର ଫାର୍ମ କୁ ଯୋଗାଇ ଦିଆଯିବ ଆଳୁ ଚାରା. ଯାହା ରାଜ୍ୟ ର ଆଳୁ ଅଭାବ କୁ ଦୂର କରିବାରେ ସହାୟକ ହେବ ଏବଂ , ଆଗାମୀ ଦିନ ରେ ପଡୋଶୀ ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର କରିବାକୁ ପଡିବ ନାହିଁ ବୋଲି ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖିଛନ୍ତି !

Leave a Reply

Your email address will not be published. Required fields are marked *