ଟର୍ସେଲ ହର୍ବାଲ ପ୍ରାଇଭେଟ ଲିମିଟେଡ ତରଫରୁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ NAC ର ୧୨ ନମ୍ବର ୱାର୍ଡ ର ବନମାଳୀପୁର କମ୍ୟୁନିଟୀ ସେଣ୍ଟର ଠାରେ ଟର୍ସେଲ ହର୍ବାଲ ପ୍ରାଇଭେଟ ଲିମିଟେଡ ର ପ୍ଲାଟିନମ ଷ୍ଟାର ଲିଡର ରଞ୍ଜିତା ସେନାପତିଙ୍କ ପରିଚାଳନାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିର ରେ ହର୍ବାଲ ଦ୍ଵାରା ଲୋକମାନେ କିପରି ବହୁ ଦୁରାରୋଗରୁ ଆରୋଗ୍ୟ ହୋଇପାରିବେ ସେହିବିଷୟରେ କମ୍ପାନୀ ତରଫରୁ ଗ୍ୟାସଷ୍ଟ୍ରିକ ଠାରୁ କିଡିନି, ଲିଭର, ଡାଇବେଟିସ,ରକ୍ତ ହୀନତା ହୋଇଥିବା ଲୋକ ମାନଙ୍କ ପାଇଁ ଏହି ହର୍ବାଲ ଆୟୁର୍ବେଦିକ ଔଷଧ ଦ୍ଵାରା କିପରି ସୁସ୍ଥ ହୋଇପାରିବେ ସେହି ବିଷୟରେ ଓ ବିଶେଷ କରି ଲୋକ ମାନେ ବାହାରୁ ପାଣି କିଣି ପିଉଛନ୍ତି ସେହି ପାଣି ରେ ଏସିଡ ପରିମାଣ କେତେ ରହିଲେ କିଡିନି ସମସ୍ୟା ଦେଖାଦେବ ତା ଉପରେ ଏହି କମ୍ପାନୀର ଷ୍ଟାର ଲିଡର ରଞ୍ଜିତା ସେନାପତି ପରୀକ୍ଷା ମୂଳକ ଭାବେ ଲୋକ ମାନଙ୍କୁ ଜଣାଇଥିଲେ ଓ କମ୍ପାନୀ ତରଫରୁ ଏକ ଆକ୍ୱାଗାର୍ଡ ବିନା ଲାଇନ ରେ ବ୍ୟବହାର କରି ପାଣିର ଏସିଡ ଅଂଶ କୁ ଫିଲ୍ଟର କରି ଅତି ସୁଷମ ପାଣି ଦେବ ଯାହା ଦ୍ଵାରା ଲୋକମାନେ ଏହି କିଡିନି ଜନିତ ରୋଗରୁ ମୁକ୍ତି ପାଇବେ ବୋଲି କହିଥିଲେ l ଏହି ସଚେତନତା ଶିବିରରେ କମ୍ପାନୀ ର ସଭ୍ୟ ଅଜିତ କୁମାର ମହାପାତ୍ର କମ୍ପାନୀ ର ପ୍ରଡକ୍ଟ ଉପରେ ବିଯିନେସ ମାଧ୍ୟମରେ ଲାଭ ଦେଇଥିବାରୁ ସେ କମ୍ପାନୀ ତରଫରୁ ରାଇଯିଂ ଷ୍ଟାର ଭାବେ ପଦୋରନିତି ପାଇଥିବାରୁ ତାଙ୍କୁ କମ୍ପାନୀ ର ପ୍ଲାଟିନମ ଷ୍ଟାର ରଞ୍ଜିତା ସେନାପତିଙ୍କ ଦ୍ଵାରା କେକ୍ କରାଯାଇ ଖୁସି ମନା ଯାଇଥିଲା l ଏହି ସଚେତନତା ଶିବିରରେ ପୂର୍ବତନ କାଉନସିଲର ଶ୍ୟାମଘନ ଭୁତିଆ,ପୂର୍ବତନ କାଉନସିଲର ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ବେହେରା,ବାବୁଲି ପ୍ରଧାନ,ପୂର୍ବତନ ହିନ୍ଦୋଳ ହାଇସ୍କୁଲ ର ଚେୟାରମ୍ୟାନ ବ୍ରହ୍ମାନନ୍ଦ ସାମନ୍ତ,ରିନା ମହାପାତ୍ର,ପ୍ରମିଳା ମହାପାତ୍ର,ରିଙ୍କି ମହାପାତ୍ର ଓ ଅନ୍ୟ ମହିଳା ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *