ଚିନ୍ମୟ ଫାଉଣ୍ଡେସନର ୩୦୬ ତମ ଓ ୩୦୭ ତମ ସାପ୍ତାହିକ ମିଶନ୍‌ ଅମୃତ ହସ୍ତମ୍ ସେବାକାର୍ଯ୍ୟ ସହ ୮୬ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ ଅସହାୟ ମାନଙ୍କର ସହାୟତା ନିମନ୍ତେ ଆଜକୁ ଦୀର୍ଘ ୨୧୪୯ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ସେବାକାର୍ଯ୍ୟ ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହିପରିପ୍ରେକ୍ଷିରେ ଗତ ଜାନୁୟାରୀ ୨୫ ତାରିଖରୁ ଫେବୃୟାରୀ ୭ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ଧରି ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ସେବାକାର୍ଯ୍ୟ ସହ ରିଲିଫ ବଣ୍ଟନ ଜାରି ରହିଥିବାର ଦେଖିବାକୁ ମିଳିଥିଲା। ପ୍ରତି ୨୫ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ ୨୧୫୦ତମ ଦିବସର ୮୬ତମ ସମୀକ୍ଷା ବୈଠକ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଥିଲା।ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର,କାଶୀନାଥ ଦାସ, ଦୀପକ ଯେନା, ଦିପ୍ତୀରଂଜନ ପ୍ରଧାନ ଆଦି ଯୋଗଦାନ କରି ବିଗତ ଦିନର ସାମାଜିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *