ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତରେ ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରଖମା ହାଇସ୍କୁଲ ଛକଠାରୁ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରା କରି ଦୋକାନ ବଜାର, ଛକ, ବ୍ୟାଙ୍କ, ଅଫିସ ସବୁଠି ଲୋକ ମାନଙ୍କୁ କରୋନା ସମ୍ପର୍କୀୟ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ପରିଷଦର ସଦସ୍ୟ ମାନେ ମାସ୍କ ବଣ୍ଟନ କରିବା ସହ କରୋନା ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ କରି ସ୍ଲୋଗାନ ମାନ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ କୁନାର ପ୍ରଧାନ, ବାଲିଗୁଡା ଉପଖଣ୍ଡ କଳାକାର ସଂଘର ସହ ସମ୍ପାଦକ ଦେବରାଜ କୈବର୍ତ୍ତ, ଚିତ୍ରକର ସନୁ ମହାରଣା ଏବଂ ଜୀବନ ଜ୍ୟୋତି କଳା ପରିଷଦର ସମ୍ପାଦକ ତଥା ସମାଜସେବୀ ପରମାନନ୍ଦ ନାୟକ, ସହ ସମ୍ପାଦକ ହେବଳ ଦିଗାଳ, କୋଷାଧ୍ୟକ୍ଷ ଖ୍ରୀଷ୍ଟଦାସ ଦିଗାଳ, ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଦଣ୍ଡିଆ, ସୁବାସ ବିନ୍ଧାଣି, ଦିଗସନ ନାୟକ, ଭାନୁ ନାୟକ, ଜମ୍ବେଶ୍ଵର ଦିଗାଳ, ବିରାଜ କୁମାର ନାୟକ, ଥମା ନାୟକ, ଜୟସେନ ମଲିକ, ସୁରେନ୍ଦ୍ର ମଳିକ ଏବଂ ପରିଷଦର ସମସ୍ତ କଳାକାର ଉପସ୍ଥିତ ରହିଥିଲେ । ସରପଞ୍ଚ କୁନାଳ ପ୍ରଧାନ ଜୀବନ ଜ୍ୟୋତି କଳା ପରିଷଦର ଏହି ସଚେତନ କାର୍ଯ୍ୟକୁ ପ୍ରଶଂସା କରି ସହଯୋଗ କରିଥିଲେ । ଆଗାମୀ ସମୟରେ ମଧ୍ୟ ସରକାରଙ୍କ କରୋନା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିବେ ବୋଲି ସମ୍ପାଦକ ପରମାନନ୍ଦ ନାୟକ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *