ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ !!

0
174

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ରିଙ୍କୁ ନାୟକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ୱାର୍ଡ ଶ୍ରୀରାମପଦା ନିବାସୀ ରିଙ୍କୁ ନାୟକଙ୍କର କିଛି ଦିନ ତଳେ କରୋନା ପଜିଟିଭ ବାହାରିଥିଲା । ତାଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ଔଷଧ ପ୍ରଦାନ କରାଯାଇଥିଲା । ଘରୋଇ ସଙ୍ଗରୋଧରେ ରହି ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ବ୍ଳକ ପ୍ରଶାସନ ମୁଖ୍ୟ ବିଜୟ କୁମାର ପ୍ରଧାନ, ତହସିଲଦାର ଜନ୍ମେଜୟ ସାହୁ ଓ ପୋଲିସ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ଶ୍ମଶାନରେ ରିଙ୍କୁ ନାୟକଙ୍କ ଶବ ସତ୍କାର କରିଥିଲେ । ଏହା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here