ନୟାଗଡରେ ସଂଗଠିତ ହେଲେ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ !!!

Spread the love

ନୟାଗଡ଼ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହରସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଜର୍ନାଲିଷ୍ଟ ଆସୋସିଏସନର ନାମକରଣ ଓ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉତ୍ସବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟଅତିଥି ଡ. ସାହୁ ତାଙ୍କ ଅଭିଭାଷଣରେ ସମସ୍ତ ଛାପା ଗଣମାଧ୍ୟମ ପ୍ରତିନିଧି, ବୈଦ୍ୟୁତିକ ଗଣମାଧ୍ୟମ ଓ ଡିଜିଟାଲ ୱେବ ମିଡିଆର ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଷ୍ଠାର ସହିତ କାର୍ଯ୍ୟକରିବା ସହ ସଦାସର୍ବଦା ସତ୍ୟ ପଥରେ ଯିବାପାଇଁ ପରାମର୍ଶ ଦେଇଥିଲେ । ସଚ୍ଚୋଟ ସାମ୍ବାଦିକତା କଲେ ଛୋଟ ହେଉ ବା ବଡ଼ ସେମାନେ ହେଉଛନ୍ତି ମହାନ ।

ନୟାଗଡ଼ ଜିଲ୍ଲାରେ ନୁତନ ଭାବେ ଗଢ଼ି ଉଠିଥିବା ଉକ୍ତ ଅନୁଷ୍ଠାନ ସଦାସର୍ବଦା ଜନ ସାଧାରଣଙ୍କ ସେବାରେ ନିୟୋଜିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ବର୍ଷରେ ଏବେ ଡିଜିଟାଲର ଯୁଗ ଚାଲିଛି ଏହାକୁ ସଠିକ ରାସ୍ତାରେ ପରିଚାଳନା କରିବା ପାଇଁ ପରାମର୍ଶ ଦେବା ସହ କିଛି ଅସାଧୁ ଲୋକଙ୍କ ପାଇଁ ଡିଜିଟାଲରେ କଳଙ୍କ ଲାଗୁଛି । ଅନ୍ୟମାନଙ୍କ ମଧ୍ୟରୁ ରଣପୁର ବିଧାୟକ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଆଗକୁ ଉକ୍ତ ଅନୁଷ୍ଠାନ ଅତି ଉଚ୍ଚକୋଟିର ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାରେ ଏଭଳି ଅନୁଷ୍ଠାନ ଗଢ଼ି ଉଠିଥିବାରୁ ସମସ୍ତ କର୍ମକର୍ତ୍ତା ଓ ଡିଜିଟାଲ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଉକ୍ତ ବୈଠକରେ ସମସ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଉପଦେଷ୍ଟା ଭାବେ ହରିଶ ପ୍ରଧାନ, ସ୍ୱଦେଶ ରଥ, ସଞ୍ଜୟ କୁମାର ସ୍ୱାଇଁ ରହିଥିବାବେଳେ ସଂଯୋଜକ ଭାବେ ଅଭିମନ୍ୟୁ ମହାରଣା ଓ ରବିନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ଭାବେ ଅନୱାର ଅଲ୍ଲୀ, ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ କିଶୋର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ବିଶ୍ଵଭୂଷଣ ମହାପାତ୍ର, କୋଷାଧ୍ୟକ୍ଷ ଭାବେ କୈଳାଶ ଚନ୍ଦ୍ର ଶିଅଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକାରିଣୀ ସଭ୍ୟଭାବେ ପୁଷ୍ପଲତା ପ୍ରଧାନ, ନିରଞ୍ଜନ ଦାସ, ଜୟନ୍ତ କୁମାର ମିଶ୍ର, ପ୍ରମୋଦ ମହାପାତ୍ର, ଶୁଭାଶିଷ ପଟ୍ଟନାୟକ, କାହ୍ନୁ ଚରଣ ସ୍ୱାଇଁ, ମାନସ କୁମାର ପ୍ରଧାନ ଓ ଆବାହକ ଭାବେ ସମାଜସେବୀ ଗୋଦାବରୀଶ ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏହି ସଭାକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *