ମାସ୍କ ବାଣ୍ଟିଲେ ପାଲଲହଡା ବିଧାୟକ !!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ସମଲ ଗ୍ରାମ ପଞ୍ଚାୟତ ର ଚକ୍ରଶିଳା କଲୋନୀ ରେ ମାସ୍କ୍ ବଣ୍ଟନ ସହିତ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କଲେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ . ସ୍ଥାନୀୟ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଶେଷ କରି କଲୋନୀର ରାସ୍ତା କାର୍ଯ୍ୟ କୁ ଅତି ଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ ବିଧାୟକ ।

ପରେ ସ୍ଥାନୀୟ ଅଞ୍ଚଳରେ ଚାଲୁ ରହିଥିବା ଉନ୍ନତି ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ, ଯୁବ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ପ୍ରଧାନ, ଜିଲ୍ଲା ଯୁବ ସଂପାଦକ ପ୍ରଦୀପ କୁମାର ସାମଲ, ସମଲ ଗ୍ରାମପଞ୍ଚାୟତ ସଭାପତି କୁବେର ସାହୁ, ସମାଜସେବୀ ଇନ୍ଦ୍ରଜିତ ସାହୁ, ଦିପକ ସାହୁ, ବୁଦ୍ଧଦେବ ବାହାଦୁର ଓ ବହୁ ବିଜେଡି କର୍ମୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *