ବର୍ଷା କାରଣରୁ ହାତବାନ୍ଧି ବସିଛନ୍ତି ଅମଲାଭଟା ଓ ସିନ୍ଦୁବାଡ଼ି ଗ୍ରାମର ବ୍ୟବସାୟୀ

Spread the love

ଆୱାଜ ମିଡ଼ିଆ ( ରାୟଗଡା ବ୍ୟୁରୋ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପେଣ୍ଟl ଗ୍ରାମପଞ୍ଚୟତର ସିନ୍ଧୁବାଡ଼ି ଓ ଅମଲାଭଟା ଏହି ଦୁଇଗ୍ରାମର ବ୍ୟବସାୟୀ ବର୍ଷା କାରଣରୁ ହାତବାନ୍ଧି ବସିଛନ୍ତି . ଚାଷ ତାଙ୍କର ଜୀବିକା କିନ୍ତୁ ଏହି ଦୁଇ ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଯାହାକି କିଛି ବର୍ଷ ହେବ ବନ୍ୟା ରେ ଭାଙ୍ଗି ଯାଇଥିଲା ତାହା ଏପର୍ଯ୍ୟନ୍ତ ମରାମତି ହେଇପାରିନି ତେଣୁ ଗ୍ରାମବାସୀ ଚାଷ କରିଥିବା ଧାନ, କପା, ପନିପରିବା ବଜାରକୁ ନେଇ ବିକ୍ରି କରିପାରୁନାହାନ୍ତି. ନଦୀ ପାରହେଇ ପରିବହନ କରିବା ଅସମ୍ଭବ ତେଣୁ ଗ୍ରାମବାସୀ ଜିଲ୍ଲାପ୍ରସାଶନ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ଜଣାଇ ଥିଲେବି ମଧ୍ୟ ଏହାର କିଛି ପ୍ରଭାବ ପଡୁନାହିଁ ଏବଂ ନିଯେ ଜିଲ୍ଲାପାଳ ଗ୍ରାମ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କୁ ଖୁବୁଶୀଘ୍ର କାମ ହେବବୋଲି କହିଥିଲେ କିନ୍ତୁ ଏପର୍ଯ୍ୟନ୍ତ ହେଇପାରିନାହିଁ, ତେବେ ଗ୍ରାମବାସୀଙ୍କ ଅଭିଯୋଗ କେବେ ପୁରଣ ହେବ, ଦେଖିବାକୁ ରହିଲା

Leave a Reply

Your email address will not be published. Required fields are marked *