ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କରୋନା ମହାମାରୀ ସଂକ୍ରମଣ ଏବଂ ତାଲାବନ୍ଦ କଟକଣା ପରିସ୍ଥିତିରେ ବୃତ୍ତି ଓ ରୋଜଗାର ହରାଇଛନ୍ତି ସେଲୁନ କରି ପରିବାର ପୋଷୁଥିବା ଲୋକେ . କରୋନା କଟକଣା କାରଣରୁ ବିବାହ, ବ୍ରତ, ସୁଧି, ସାଧି ଓ ମାଙ୍ଗଳିକ କାମ ବନ୍ଦ ରହିଥିବାରୁ ରୋଜଗାରର ପନ୍ଥା ହୋଇଯାଇଛି ଠପ . ସରକାରୀ ନିୟମ ଅନୁଯାୟୀ ଦୀର୍ଘ ଦିନ ଧରି ଦୋକାନରେ ତାଲା ଝୁଲି ରହିଲା ,ଏବେ କଟକଣା ହଟିବା ପରେ ଭୟରେ କେହି ଦୋକାନ ଦୁଆର ମାଡୁ ନାହାନ୍ତି . ଏପରି ସ୍ଥିତିରେ ପରିବାର କେମିତି ଚଳାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି ବାରିକ ସମାଜ . ବାଙ୍କୀ କଳାପଥର ଅଞ୍ଚଳର ଜୟ ଜଗନ୍ନାଥ ସେଲୁନ ସଂଘର ସଦସ୍ୟ ମାନେ ବାଙ୍କୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହାୟତା ପାଇଁ ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି . ଛ’ ମାସର ରୋଜଗାରକୁ ଆଧାର କରି ଏକକାଳୀନ ସରକାରୀ ସହାୟତା ପାଇଁ ଉଲ୍ଲେଖ କରି ବାଙ୍କୀ ଉପଜିଲ୍ଲାପାଳଙ୍କ ଜରୀଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି .