୮ ଦିନ ଜଳବନ୍ଦୀ : ଶୁଖୁଆଖଳା ଗ୍ରାମବାସୀ

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବନ୍ୟା ପାଣି ଘେରରେ ବିତିଲାଣି ୮ ଦିନ . ବାଙ୍କୀ ନିର୍ବାଚନ ମଣ୍ଡଳୀର ଶୁଖୁଆଖଳା ଗ୍ରାମବାସୀ ଏକ ସପ୍ତାହ ଧରି ଜଳବନ୍ଦୀ ହୋଇ ରହିଥିଲେବି ଅଦ୍ୟାବଧି ପହଂଚି ପାରି ନାହିଁ ସରକାରୀ ସହାୟତା. ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମହାନଦୀରେ ସାଙ୍ଘାତିକ ବନ୍ୟା ପରିସ୍ଥିତି. ଯାହାର ପ୍ରଭାବରେ ବାଙ୍କୀର ଅନେକ ଅଞ୍ଚଳ ଜଳମଗ୍ନ . ବାଙ୍କୀ ଓ ଡମପଡା ବ୍ଲକର ବହୁ ପଂଚାୟତ ଏକ ସପ୍ତାହରୁ ଅଧିକ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଛି. ସେପଟେ ଶହଶହ ଚାଷ ଜମି ଜଳମଗ୍ନ. ଖାଇବା ପିଇବା ସମସ୍ୟା ଲାଗି ରହିଥିବା ବେଳେ ଗୃହପାଳିତ ପଶୁ ମାନଙ୍କ ପାଇଁ ଖାଦ୍ୟ ଅଭାବ ଯୋଗୁ ଭୋକ ଉପାସରେ ରହୁଛନ୍ତି ନିରୀହ ଜୀବଜନ୍ତୁ . ଏପରି ସଙ୍କଟଜନକ ପରିସ୍ଥିତିରେ ଗ୍ରାମବାସୀଙ୍କ ସମେତ ଏହି ଜୀବଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କଲେ ବାଙ୍କୀ ଡମପଡା ବ୍ଲକ ଅଧିନସ୍ତ ସିମିଳିପୁର ପଂଚାୟତର ଶୁଖୁଆଖଳା ଗ୍ରାମବାସୀ. ସେପଟେ ୮ ଦିନ ବିତିଯାଇ ଥିଲେ ମଧ୍ୟ ବନ୍ୟା ବିପନ୍ନ ଙ୍କ ପାଖରେ ପହଂଚି ପାରିଲେ ନାହିଁ ଡମପଡା ମଣ୍ଡଳ ଉନ୍ନୟନ ଅଧିକାରୀ . ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ସେମାନଙ୍କ ନିକଟରେ ପହଁଚି ନଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ. ଅପର ପଟେ କିଛି ସମାଜ ସେବୀ ସ୍ବେଛାକୃତ ଭାବରେ ଶୁଖୁଆଖଳା ଗ୍ରାମରେ ପହଁଚି ଶୁଖିଲା ଖାଦ୍ୟ ଦେଇଥିବା ବେଳେ ପ୍ରଶାସନ ଯଥା ସମ୍ଭବ ଏହି ଗ୍ରାମରେ ଥିବା ଅଧିବାସୀମାନଙ୍କୁ ସାହାଯ୍ୟ କରିବା ସହିତ ଗୃହ ପାଳିତ ପଶୁ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି.

Leave a Reply

Your email address will not be published. Required fields are marked *