ବାଙ୍କୀ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ତରଫରୁ ଜିଲ୍ଲା ସଭାପତିଙ୍କ ଆଶୁ ଆରୋଗ୍ୟ କାମନା !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ପ୍ରଫୁଲ୍ଲ ମହାନ୍ତି ବାଇକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସମୟରେ ବାଙ୍କୀ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସଦସ୍ୟ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି . ସୂଚନା ଯୋଗ୍ୟ ଯେ , ଗତ ଛ’ତାରିଖ ରାତିରେ କଟକରେ ନିଜ ଅଫିସରେ କାମ ସାରି ପୁରୀ ଫେରୁଥିବା ସମୟରେ ପିପିଲି ନିମାପଡା ବାଇପାସ ପାଖରେ ଦୁର୍ଘଟଣା ଘଟିଥିଲା . ସ୍ଥାନୀୟ ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ . ତେବେ ଚିକିତ୍ସା ପରେ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତି ସୁସ୍ଥ ଥିବାର ଜଣାଯାଇଛି . କଟକ ଜିଲ୍ଲା ୟୁନିଅନର ସମ୍ପାଦକ ଅଜୟ ଦାସ ବାଙ୍କୀ ୟୁନିଅନର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟ ସମସ୍ତ ସଦସ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ନିଜ କର୍ମକ୍ଷେତ୍ରରେ ଯୋଗ ଦିଅନ୍ତୁ ବୋଲି ମା ଚର୍ଚ୍ଚିକାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି .

Leave a Reply

Your email address will not be published. Required fields are marked *