ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ଶ୍ରମିକ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ୮ ଦଫା ଦାବି ନେଇ ଆଜି ଆଇ.ଏନ.ଟି.ଇୟୁ.ସି ନେତୃତ୍ୱରେ ଜିନ୍ଦଲ ଓ ମେସ୍କୋ ଷ୍ଟିଲ ଶିଳ୍ପାଞ୍ଚଳର ଶ୍ରମିକ ମାନେ ଆନ୍ଦୋଳନକୁ ଓଲ୍ହାଇଥିଲେ । ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଦ୍ଵାରା ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅବହେଳା ଓ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କୁ ଘରୋଇକରଣ ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିଲା । ୧୩ ଟି ୟୁନିଅନର ଶ୍ରମିକ ଏକତ୍ରିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ନାରାବାଜି କରିଥିଲେ । ଆଇ.ଏନ.ଟି.ଇୟୁ.ସି ର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି କେନ୍ଦ୍ର ସରକାରଙ୍କ ଶ୍ରମଆଇନ ସଂଶୋଧନ କୁ ନିନ୍ଦା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କହିଥିଲେ ।