କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜ୍ୟସଭାରେ ପ୍ରଣୀତ କୃଷି ବିଲ ପାସ କୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଣୀତ ନୂତନ କୃଷି ବିଲ ଦ୍ୱାରା ଏବେ ସମଗ୍ର ଦେଶରେ ପୁଣିଥରେ କୃଷକ ଆତ୍ମହତ୍ୟା ବୃଦ୍ଧିପାଇବା ସହ ଗଣତନ୍ତ୍ର ର ମଧ୍ୟ ହତ୍ୟା ହେଉଛି । ଆମ ଆଦମୀ ପାର୍ଟି ପକ୍ଷରୁ ବିଲକୁ ନିନ୍ଦା କରାଯାଇଛି । ଆଗାମୀ ଦିନରେ ଏଥିରେ ସଂଶୋଧନ ନହେଲେ ଦିଲ୍ଲୀରୁ ପଲ୍ଲୀ ସବୁଠାରେ ଏ ଆନ୍ଦୋଳନ ଜୋର ଧରିବ ଏଏପି ପକ୍ଷରୁ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।