ରୟାଲ ଗାଇଜ ଯୁବକ ସଙ୍ଘ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରୟାଲ ଗାଇଜ ପକ୍ଷରୁ ସ୍ଥାନୀୟ କରୁ କୁଷ୍ଠାଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଓ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ନବଜୀବନ ଟ୍ରଷ୍ଟର 70 ଜଣ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି ଭଳି ସମାଜିକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ ଜଣାଯାଇଛି । ରୟାଲ ଗାଇଜ ଯୁବକ ସଙ୍ଘ ଆଗାମୀ ଦିନରେ ଏଭଳି ଆହୁରି ଅନେକ ସାମାଜିକ କାର୍ଯ୍ୟ ଜାରି ରଖିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଜୟ କୁମାର ପଟ୍ଟନାୟକ, ଅମିତ କୁମାର ପଟ୍ଟନାୟକ, ସୁଶାନ୍ତ ସାହୁ, ରବି ନାରାୟଣ ପଣ୍ଡା, ଆଶିଷ ପଟ୍ଟନାୟକ, ସିଦ୍ଧାର୍ଥ ଦାସ, ଅବିନାଶ ଶର୍ମା, ନିହାର ପ୍ରଧାନ, ନରସିଂହ ପଟ୍ଟନାୟକ, ପ୍ରଶାନ୍ତ ଜୟସ୍ୱ।ଲ, କାକିନାଡ଼ା ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Leave a Reply

Your email address will not be published. Required fields are marked *