ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ଵିତୀୟ ସର୍ବ ପୁରାତନ ପୌର ପରିଷଦ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନା ମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି । ପୌର ପରିଷଦ ପକ୍ଷରୁ ଆସୁଥିବା ବର୍ଜ୍ୟବସ୍ତୁ ଗାଡ଼ିରେ ଅଳିଆ ପକାଇବା ସକାଶେ ସହରର ପ୍ରତି ୱାର୍ଡର ୱାର୍ଡବାସୀଙ୍କୁ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ପକାଇବା ପାଇଁ ଦୁଇଟି ଲେଖାଏଁ ଡ଼ଷ୍ଟବିନ ଦିଆଯିବାର କାର୍ଯ୍ୟକ୍ରମ ପୌର ପରିଷଦ ପକ୍ଷରୁ ହାତକୁ ନିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସହରର କିଛି ୱାର୍ଡରେ ପୌର ପରିଷଦ ପକ୍ଷରୁ ଡ଼ଷ୍ଟବିନ ଦିଆ ଯାଇଥିବା କୁହାଯାଇଥିବା ବେଳେ କିଛି ଡ଼ଷ୍ଟବିନ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ପଡି ରହିଥିବାର ଦେଖିବାକୁ ମିଳିଛି । ତୁରନ୍ତ ଏହି ଡ଼ଷ୍ଟବିନକୁ ୱାର୍ଡରେ ବଣ୍ଟନ କରାଗଲେ ୱାର୍ଡବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣ ଲୋକ ମତ ପୋଷଣ କରିଛନ୍ତି ।