ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁ ନିକଟ ଏକ ବୋଲେରୋ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି . ସୂଚନା ଅନୁଯାୟୀ ବାଇକ ଚାଳକ ଜଣଙ୍କ ପାପଡାହାଣ୍ଡି ବ୍ଲକ ଜାମଗୁଡା ଗ୍ରାମର 35 ବର୍ଷୀୟ ପିଣ୍ଟୁ ପାଇକ ବୋଲି ଜଣାପଡିଛି . ପିଣ୍ଟୁ ପାଇକ ପାପଡାହାଣ୍ଡି ଠାରୁ ନବରଙ୍ଗପୁର ଆସିବା ସମୟରେ ଏହି ଦୁର୍ଘଟଣା ଘଟିଛି, ଦୁର୍ଘଟଣା ଘଟିବା ସମୟରେ ତାଙ୍କ ଭଉଣୀ ଏବଂ ଭିଣୋଇ ସାଥୀରେ ଥିଲେ . ଦୁର୍ଘଟଣା ଘଟାଇବା ପରେ ବୋଲେରୋଟି ସେଠାରୁ ପଳାଇଯାଇଛି. ପୁଲିସ ମୃତଦେହକୁ ଜବତ କରି ନବରଙ୍ଗପୁର ମୁଖ୍ୟ ମେଡିକାଲରେ ବ୍ୟବଚ୍ଛେଦ କରେଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି .ଦୁର୍ଘଟଣା ସ୍ଥଳରେ ନବରଙ୍ଗପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି .