ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗ !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ପଞ୍ଚାୟତରେ ରାସନ କାର୍ଡ, ପାଇଖାନା ଓ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଦିନକୁଦିନ ଦୁର୍ନୀତିର ସୀମା ଓ ବିଭାଗୀୟ କର୍ମଚାରୀ ମାନଙ୍କର ମନମାନି ବଢ଼ିବାରେ ଲାଗିଛି । ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧୀକାରୀ ମାନେ ହାତଗୁଞ୍ଜା ଦେଇ ଯୋଜନାରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଯୋଗ୍ୟ ହିତାଧିକାରୀ ମାନେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦରେ ସମିତିସଭ୍ୟ ଦୁଃଶାସନ ଜେନାଙ୍କ ନେତୃତ୍ବରେ ହିତାଧିକାରୀ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରଶାସନ ଏ ସମ୍ପର୍କରେ ଯେପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନେଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଯୋଗ୍ୟ ହିତାଧିକାରୀ ମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *