ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଅନ ଲାଇନ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ୱେବିନାର ରେ ସମ୍ପାଦକ ସଚିବ ବ୍ୟୋମକେଶ ନାୟକ ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟ ଦିବସର ଆବଶ୍ୟକତା ଓ ଆଇନ ସେଵା ପ୍ରାଧିକରଣ ରେ ଉଦ୍ଧିଷ୍ଟ ବିଭିନ୍ନ ମାନସିକ ରୋଗୀ ପାଇଁ ଥିବା ସୁବିଧା ସୁଯୋଗକୁ ଗୁରୁତ୍ୱାରୋପ କରିଥିଲେ . କିପରି ଜଣେ ମାନସିକ ରୋଗୀ ମାଗଣା ଆଇନ ସେଵା ପାଇ ପାରିବ ଓ କଣ କଣ ସୁବିଧା ପାଇ ପାରିବ ତାର ବିସ୍ତୃତ ବିବରଣୀ ପ୍ରଦାନ କରି ଥିଲେ। ସେହି ଭଳି ଭାବେ ଗଜପତି ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ବିଶେଷଜ୍ଞ ଶ୍ରୀ ପ୍ରଦୀପ କୁମାର ପାତ୍ର ଯୋଗଦେଇ ସରକାରଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ଜନହିତାକାରୀ ଯୋଜନା ଓ ମାନସିକ ରୋଗୀମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ଉତ୍ସର୍ଗୀକୃତ ଯୋଜନା ବିଷୟରେ ଆଲୋକପାତ କରିଥିଲେ। କିପରି ଜଣେ ମାନସିକ ରୋଗୀ ସମ୍ପୂର୍ଣ୍ଣ ଠିକ ହୋଇ ପାରିବ ଓ ସାଧାରଣ ଜୀବନ ବଞ୍ଚି ପାରିବ ଏବଂ ସମାଜରେ ସାଧାରଣ ଲୋକଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ସଚେତନତା ସଭାରେ ମାନସିକ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ମାଲି ମକଦମାରେ ମଧ୍ୟ କିପରି ଆଇନଗତ ସାହାଯ୍ୟ ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା . ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀର ଗମ୍ଭୀରତା ଓ ରାଜ୍ୟ ଆଇନ ସେଵା ପ୍ରାଧିକରଣ କଟକ ନିର୍ଦ୍ଦେଶାବଳୀକୁ ଭିତ୍ତି କରି ଆୟୋଜିତ ଏହି ଅନଲାଇନ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ଶ୍ରୀମତି ଶୁଭଶ୍ରୀ ନାୟକ, JMFC ଶ୍ରୀ ବନିଲ କୁମାର ଖଟେଇ, JMFC ସୁଶ୍ରୀ ଅଙ୍କିତା ଗୁରୁ, JMFC ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କ ସମେତ ପ୍ରାଧିକରଣର ସମସ୍ତ ପ୍ୟାନେଲ, ଓକିଲ ବୃନ୍ଦ ଭିଡ଼ିଓ ଜରିଆରେ ଯୋଗ ଦେଇଥିବାବେଳେ ସମସ୍ତ ଅନଲାଇନ ଜନିତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *