ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ମାନେ ସ୍ୱର୍ଗୀୟ ଆତ୍ମାର ସ୍ମୃତି ଚରଣ କରିଥିଲେ . ଇନ୍ଦିରାଙ୍କ ନୀତି ଆଦର୍ଶକୁ ଅନୁଶରଣ କରି ଦେଶରେ ଆଜି କଂଗ୍ରେସ ଦଳ ପରିଚାଳିତ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଳିଷ୍ଠ କଂଗ୍ରେସ କର୍ମୀ ଗୋବିନ୍ଦ ପାଢି, ବିଷ୍ଣୁ ପାଢି , ବାପି ପଣ୍ଡା, ରାଜା ପାତ୍ର, ସୂର୍ଯ୍ୟ ନାରାୟଣ ପାତ୍ର, କୁନା ମାଝୀ, ସନୋଜ ଅଧିକାରୀ, ବାବୁଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଦ୍ଵାରା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *