ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ସ୍କୁଲ ପିଲାଙ୍କୁ ଦିଆଯାଉଛି ପୋକଡା ଚାଉଳ। ଏପରି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ କୋଷାକଟା ଗ୍ରାମ କୋଷାକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଛାତ୍ରଛାତ୍ରୀ ମାନଙ୍କୁ ପୋକଡା ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଅଛି ।
ସ୍କୁଲରେ ନୂଆ ଚାଉଳ ଷ୍ଟକ୍ ଥିବା ବେଳେ ବହୁ ମାସରୁ ରହିଥିବା ଏହି ଚାଉଳ କୁ ଛାତ୍ରଛାତ୍ରୀ ଙ୍କୁ ବଣ୍ଟା ଯାଉଛି । ଛାତ୍ରଛାତ୍ରୀ ମାନେ ଅଭିଯୋଗ କଲେ ଏହି ପୁରୁଣା ଚାଉଳ ସରିଲେ ନୂଆ ଷ୍ଟକ୍ ରୁ ଚାଉଳ ଦିଆଯିବ ବୋଲି ଶିକ୍ଷକ କହୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ପ୍ରଶ୍ନ ଉଠେ ଚାଉଳ ସବୁ ଷ୍ଟକ୍ ରହିଲା କିପରି ?? ଯେଉଁ ଚାଉଳ ଛାତ୍ରଛାତ୍ରୀ ଙ୍କୁ ଦିଆଯାଉଛି ସେ ଚାଉଳ କୁ ଖାଇଲେ ସ୍ୱାସ୍ଥ୍ୟ ଅବସ୍ଥା କଣ ହେବ, କିଛି ଅଘଟଣ ଘଟିଲେ ସେଥିପ୍ରତି ଦାୟୀ ରହିବ କିଏ ? ବିଭାଗୀୟ କତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ଘଟଣା ର ସମାଧାନ କରିବାପାଇଁ ଅଭିଭାବକ ମାନେ ଦାବି ଜଣାଇଛନ୍ତି ।