“ସୁରଭି”ରେ ମହକିଲେ କୁନି କୁନି ପ୍ରତିଭା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ଗାଡ଼ିଆ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୁଡୁମ ଗଜପତି ବୀରକିଶ୍ୱର ଦେବ ସରକାରୀ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ଏକ ବିଶାଳ ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ ଗୀତ ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲା। ବିଶେଷ ଭାବରେ ଓଡ଼ିଶାର ପରମ୍ପରା, ଇତିହାସ ଏବଂ ସାମାଜିକ ଚଳଣିକୁ ଆଧାର କରି କରାଯାଇଥିବା ନାଚ ଅତ୍ୟନ୍ତ ଉଚ୍ଚକୋଟିର ଥିଲା, ଯାହାକୁ ଦର୍ଶକେ ଖୁବ୍ ପ୍ରଶଂସା କରିଥିଲେ । ଏହାଛଡ଼ା କୁଇଜ୍, ଡିବେଟ୍ ଏବଂ ଚିତ୍ରକଳା ପ୍ରଦର୍ଶନୀରେ ପିଲାଙ୍କ ଅସୀମ ସୃଜନଶୀଳତା ପ୍ରକାଶ ପାଇଥିଲା । ସ୍ଥାନୀୟ ସରପଞ୍ଚ ଦେବାଶିଷ ବେହେରା, କ୍ଲଷ୍ଟର ସିଆରସିସି ସରୋଜ କୁମାର ବେହେରା, ଶିକ୍ଷାବିତ ରାମପ୍ରସାଦ ସାହୁ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚିନ୍ମୟ ପଣ୍ଡା, ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ଏବଂ ଏଭଳି ପ୍ରୟାସକୁ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମତ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସସ୍ମିତା ହୋତା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *