କମିଶନର ଅଫିସ ସମ୍ମୁଖରେ ଅନଶନ କରିବେ ଅଟୋ ଚାଳକ ।

0
223

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଅନଶନକୁ ଓହ୍ଲାଇବେ କଟକ ରେଳଷ୍ଟେସନରେ ଥିବା ୧ ନମ୍ବର ପ୍ରିପେଡ ଅଟୋ ଆସୋସିଏସନର ୨୧୦ ଅଟୋ ଚାଳକ । ୨୦୧୧ ମସିହାରୁ ରେଳଯାତ୍ରୀ ମାନଙ୍କର ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରିପେଡ ଅଟୋ ସେବା । ଯେଉଁଥିରେ ଗୋଟିଏ ଅଟୋ ଭଡାରୁ ୨ ଟଙ୍କା ଲେଖାଏଁ କାଟି ରଖୁଥିଲା କମିଶନରେଟ ପୋଲିସ । ଏହାର ଲକ୍ଷ ଥିଲା କି ସେହି ଟଙ୍କାରେ ଅସମୟରେ ଅଟୋ ଚାଳକଙ୍କଙ୍କର ମଙ୍ଗଳ ସାଧନ କରାଯାଇପାରିବ । ଅଟୋ ସଂଘର କହିବା ମୁତାବକ ଲକ୍ଷାଧିକ ଟଙ୍କା ବର୍ତ୍ତମାନ ପଡିରହିଛି କମିଶନରେଟ ପୋଲିସ ପାଖରେ । ଅଟୋ ଚାଳକ ସଙ୍ଘ ଅଭିଯୋଗ କରିଛି କି ଯେବେଠାରୁ ଲକଡାଉନ ଆରମ୍ଭ ହୋଇଛି ସେବେ ଠାରୁ ପ୍ରିପେଡ ଅଟୋ ଚାଳକ ମାନଙ୍କର ସ୍ଥିତି ଦୟନୀୟ ପରିସ୍ଥିତି ରେ ପରିଣତ ହୋଇଛି । ନିଜର ପରିବାର ପ୍ରତିପୋଷଣ ସହ ଗାଡି କିସ୍ତି ଦେବା ଅସମ୍ଭବ ହୋଇପଡିଛି ସେମାନଙ୍କ କ୍ଷେତ୍ରରେ । ତେଣୁ ଦୀର୍ଘବର୍ଷ ଧରି କମିଶନରେଟ ପୋଲିସ ନିକଟରେ ପଡି ରହିଥିବା ଅର୍ଥରୁ ଦଶ ହଜାର ଟଙ୍କା ଲେଖାଏଁ ଗେଟ ନମ୍ବର ୧ ଅଧୀନରେ ଥିବା ୨୧୦ ପ୍ରିପେଡ ଅଟୋ ଚାଳକଙ୍କୁ ଦେବା ପାଇଁ ନିବେଦନ କରିଥିଲେ ଏପରିକି ଦାବୀ ପୂରଣ ନହେଲେ ଧର୍ମଘଟରେ ବସିବା ପାଇଁ ଚେତାବନୀ ଦେଇଥିଲେ । ଯାହାଫଳରେ ପୋଲିସ ଡିସିପି ଓ ଟ୍ରାଫିକ ଏସିପିଙ୍କ ଅଧକ୍ଷତାରେ ଅଟୋ ଚାଳକ ସଙ୍ଘ ସହ ବୈଠକ ବସି ୧୫ଦିନ ଭିତରେ ଟଙ୍କା ପ୍ରଦାନ କରାଯିବା ନେଇ କହିଥିଲେ । ହେଲେ ଏପର୍ଯ୍ୟନ୍ତ ଟଙ୍କା ନମିଳିବାରୁ ଆସନ୍ତା ୧୬ତାରିଖରେ ଭୁବନେଶ୍ୱର କମିଶନରେଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ସଙ୍ଘ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here