ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡିଶା ମୋ ପରିବାର ଆନୁକୂଲ୍ୟରେ ସୁକିନ୍ଦା ଭବନରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତଦାନକୁ ନିଜର ସାମାଜିକ ଦାୟିତ୍ୱବୋଧ ଭାବେ ବିଚାର କରି ଅନ୍ୟର ଜୀବନ ରକ୍ଷା ପାଇଁ ଆଜି ଆଗେଇ ଆସିଛନ୍ତି ସୁକିନ୍ଦା ଅଞ୍ଚଳର ଶତାଧିକ ଜନ ସାଧାରଣ । କରୋନା ମହାମାରୀ ସମୟରେ ରକ୍ତର ଅଭାବ ଯେପରି ସୃଷ୍ଟି ନହୁଏ, ସେଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ଜାରି ରହିଥିବା ସଚେତନତା ଅଭିଯାନକୁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଆଗେଇ ନେଇଛନ୍ତି । ଆୟୋଜିତ ରକ୍ତ ଦାନ ଶିବିରର ମହନୀୟତା ଏବଂ ମାସ୍କ ବ୍ୟବହାର ସଂପର୍କରେ ଲୋକଙ୍କୁ ବୁଝାଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ।