କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ୟୁଥ ର ବିକ୍ଷୋଭ l ଆଜି କୋରାପୁଟ ୟୁଥ ତରଫରୁ ଏକ ରାଲି କୋରାପୁଟ ବସଷ୍ଟାଣ୍ଡ ରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଂଚିଥିଲା ! ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଙ୍କ ଜରିଆରେ ପଠାଯାଇଥିଲା ! ପ୍ରଧାନମନ୍ତ୍ରୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏପରିକି ମିଡ଼ିଆ ବିରୁଦ୍ଧରେ ବି ସେମାନେ ସ୍ଲୋଗାନ ଦେବାକୁ ପଛାଇ ନଥିଲେ ଆନ୍ଦୋଳନକାରୀ ! ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବାକୁ ଦାବୀ ରେ ଉଲ୍ଲେଖ ଥିବା ବେଳେ ନିଟ ପରୀକ୍ଷାର୍ଥୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଉଲ୍ଲେଖ କରାଯାଇଛି ! ସେହିପରି ଆଜି ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ଏହି ରାଲି ରେ ନିଜକୁ ସାମିଲ କରିଥିବା ବେଳେ କିଛି ସମୟ ପାଇଁ ଛାତ୍ର ମାନେ ଜିଲ୍ଲାପାଳଙ୍କ ଅଫିସ ଗେଟ ଭିତରକୁ ଯିବାକୁ ଅଡି ବସିଥିଲେ ଓ ପରେ ପୋଲିସ ବୁଝାସୁଝା ପରେ ନରମି ଥିଲେ ! ଏହି ରାଲି ରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କୋରାପୁଟ ଟାଉନ ଥାନା କରିଥିବା ବେଳେ କୋରାପୁଟ ଏସଡିପିଓ ଓ ତାଙ୍କ ଟିମ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିଥିଲେ l

