ଅକ୍ଷୟ ଯୁବ ସଂଘ ପକ୍ଷରୁ ଶାରଦୀୟ ବନ୍ଧୁମିଳନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ଅନ୍ତର୍ଗତ ଗୋପାଳପୁର ସ୍ଥିତ ରତ୍ନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅକ୍ଷୟ ଯୁବ ସଂଘ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ ଓ ଯୁବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରିତୀରଞନ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ,‌ ଅକ୍ଷୟ ଯୁବ ସଂଘର ଆବାହକ ଅବିନାଶ ପଟ୍ଟନାୟକ ଛାତ୍ରଛାତ୍ରୀ ଓ ଯୁବ ସମାଜକୁ ସମାଜର ମୁଖ୍ୟ ସ୍ରୋତରେ ରହିବାକୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କ ସମେତ ବହୁ ଯୁବକ ଯୋଗଦାନ କରିଥିଲେ । ଶେଷରେ ବିଭୁପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟ କୁ ଶିବଦତ୍ତ ବେହୋରା, ସମିତି ସାହୁ, ଚିନ୍ମୟ ଦାସ, ରାଜକିଶୋର ବାବୁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *