କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆକ୍ସନ ମୋଡ଼ ରେ କୋରାପୁଟ ଜିଲ୍ଲାପାଳ l କୋରାପୁଟ ର ଯୁବ ଜିଲ୍ଲାପାଳ ନିଜ ସୁଲଭ ଢଙ୍ଗରେ କାଯ୍ୟ କରୁଥିବା ମନୋଜ ସତ୍ୟବାନ ମହାଜନ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ! ସହର ଠୁ ଧରି ତାଙ୍କର ସବୁଠି ଚର୍ଚ୍ଚା ! କେତେବେଳେ ଡ଼ଙ୍ଗାରେ ନନ୍ଦପୁର ର ପାଣିଘେରା ଅଞ୍ଚଳ କୁ ଯାଇ ଲୋକଙ୍କ ସମସ୍ୟା ଶୁଣିଲେଣି ତ ପୁଣି ଆଉ କେତେବେଳେ ଲକ୍ଷ୍ମୀପୁର ର ଦୁର୍ଗମ ଅଞ୍ଚଳ କୁ ପାଦରେ ଚାଲି ଚାଲି ଲୋକଙ୍କ ନିକଟରେ ପହଞ୍ଚିଲେ ! ପ୍ରଶାସନ ଓ ସରକାର ମଧ୍ୟ୍ୟରେ ସମନ୍ୱୟ ରକ୍ଷା କରି ଜିଲ୍ଲା ର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ତ ପୁଣି କେତେବେଳେ ଜଗନ୍ନାଥ ଙ୍କ ସେବକ ସାଜି ଶlବର ଶ୍ରୀକ୍ଷେତ୍ର ଓ କୋଟିଆ ରେ ରଥଯାତ୍ରା ରେ ପ୍ରମୁଖ ଭୂମିକା ଗ୍ରହଣ କଲେ ! କମ କଥା କହୁଥିବା ଆଉ ଅଧିକ କାମ ଉପରେ ଗୁରୁତ୍ୱ ଦେଉଥିବା ମନୋଜ ସତ୍ୟବାନ ମହାଜନଙ୍କ ସମୁଖ ରେ ଆଉ ଏକ ଚ୍ୟାଲେଞ୍ଜ ରହିଛି କୋରାପୁଟ ବସଷ୍ଟାଣ୍ଡ ଓ କୋରାପୁଟ ବାଇପାସ ନିର୍ମାଣ କାମ ! ତାଙ୍କ ଅମଳ ରେ ଏହି ୨ଟି କାମ ନିଶ୍ଚୟ ସଂପୂର୍ଣ୍ଣ କରିବେ ବୋଲି ଜିଲ୍ଲା ବାସି ଆଶା ବ୍ୟକ୍ତ କରିଥିବା ବେଳେ ମନୋଜ ଙ୍କ ଏହିପରି କାଯ୍ୟ ଅନ୍ୟ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଉଦାହରଣ ଅଟେ l

