ଆଠଗଡ ବିକାଶ ମଞ୍ଚ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ !!!

0
600

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ମହାମାରୀ କରୋନା ବିସ୍ତାର କରିବାରେ ଲାଗିଛି କାୟା . ସଂକ୍ରମଣ ରୋକିବା ପାଇଁ ଗ୍ରହଣ କରାଯାଉଛି ବିହିତ ପଦକ୍ଷେପ . ରାଜ୍ୟ ସରକାର ଲାଗୁ କରିଛନ୍ତି କଟକଣା . ତେବେ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ପାଇଁ ସାମାଜିକ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି . କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶ ମଞ୍ଚ ତରଫରୁ ଡମପଡା ବ୍ଲକ ଦୁଲଣାପୁର ଗ୍ରାମରେ ସଚେତନ କାର୍ଯ୍ୟକ୍ରମ ସହିତ ସାନିଟାରୀ ନାପକିନ ବଣ୍ଟନ କରାଯାଇଛି .

ଦୁଲଣାପୁର ପଞ୍ଚାୟତ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠଗଡ ବିକାଶ ମଞ୍ଚର ସଭାପତି ମାନସ ରଞ୍ଜନ ବସ୍ତିଆ ଉପସ୍ଥିତ ରହି ଲୋକଙ୍କୁ ସାମାଜିକ ଦୂରତା ନିୟମ ମାନିବା ସହିତ ମାସ୍କ ର ବ୍ୟବହାର ଏବଂ ହାତ ଧୋଇବା ଉପରେ ସଚେତନ କରାଇଥିଲେ . ଯୁବ ସମାଜସେବୀ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ଏମବିକେ ବିଜୟଲକ୍ଷ୍ମୀ ସାହୁ ଏବଂ ମୁକେଶ ରାଉତ ସହଯୋଗ କରିଥିଲେ .

LEAVE A REPLY

Please enter your comment!
Please enter your name here