ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିରେ 64 ତମ ଶାରଦୀୟ ନବ ଦିନାତ୍ମକ ଦୁର୍ଗା ପୂଜା !!!

0
87
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିରେ 64 ତମ ଶାରଦୀୟ ନବ ଦିନାତ୍ମକ ଦୁର୍ଗା ପୂଜା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ 64 ତମ ଶାରଦୀୟ ନବ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି । ଏହି ପୂଜା 9 ଦିନ ଧରି ହେବ, ମାଆ ଙ୍କର ହୋମ ଯଜ୍ଞ ପୂର୍ଣ୍ଣାହୁତି ପ୍ରଭୃତି କାର୍ଯ୍ୟକ୍ରମ ରହିଛି । 14 ତାରିଖରେ ମାଆ ଦୁର୍ଗାଙ୍କର ଭଷାଣି ଉତ୍ସବ ରହିଛି । ଅଖଣ୍ଡ ଦୀପ ଜାଳିବା ବ୍ୟବସ୍ଥା ସହିତ , ସନ୍ଧ୍ୟା ହେଲେ ମାଆଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହେଉଛି । ଆଲୋକ ସଜ୍ଜାରେ ବଡ଼ ବ୍ରାହ୍ମଣ ସାହି ଛକ ଝଲସି ଉଠୁଛି । ବ୍ୟୁରୋ ରିପୋର୍ଟ ରେନବୋ ମିଡ଼ିଆ !

LEAVE A REPLY

Please enter your comment!
Please enter your name here