ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୁଏ ବାଙ୍କୀ ମହୋତ୍ସବ ! ଆଗରୁ ଏହି ମହୋତ୍ସବ ତିନି ଦିନ ହେଉଥିବା ସମୟରେ ପରେ ଜନ ସମାଗମ ଏବଂ ଲୋକଙ୍କର ଆଗ୍ରହକୁ ଦେଖି ବେଶ କିଛି ବର୍ଷ ହେବ ପାଞ୍ଚ ଦିନ ଧରି ଆୟୋଜିତ ହେଉଛି ମହୋତ୍ସବ ! ତେବେ ବାଙ୍କୀ ମହୋତ୍ସବ ମଞ୍ଚରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଏକ ନୂଆ ଘଟଣା ! ଏହି ମହୋତ୍ସବ ମଞ୍ଚ ସମଗ୍ର ରାଜ୍ୟରେ ଏକ ମର୍ଯ୍ୟାଦାଜନକ ସମାବେଶ ହୋଇଥିବାରୁ ନିମନ୍ତ୍ରିତ ଅତିଥିଙ୍କର ଥାଏ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ୱତନ୍ତ୍ର ଆଗ୍ରହ ! ବିଗତ ବର୍ଷ ମାନଙ୍କରେ ମହାମହିମ ରାଜ୍ୟପାଳ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହି ମଂଚ ମଣ୍ଡନ କରି ସାରିଛନ୍ତି ! ତେବେ 2026 ବାଙ୍କୀ ମହୋତ୍ସବ କାର୍ଯ୍ୟସୂଚୀ ଚୂଡାନ୍ତ ହେବା ପରେ ରାଜ୍ୟର ତିନି ମନ୍ତ୍ରୀ ଏବଂ କଟକ ସାଂସଦଙ୍କ ଉପସ୍ଥିତି କୁ ଅପେକ୍ଷା କରିଥିଲେ ଦର୍ଶକ ! ହେଲେ କେହି ମଧ୍ୟ ଆସିଲେ ନାହିଁ ! କାହାର ଦେହ ଅସୁସ୍ଥ ବୋଲି ଶୁଣାଗଲା ତ ଆଉ କେହି ଅନ୍ୟ ଜିଲ୍ଲାରେ ବାତ୍ୟା ସମୀକ୍ଷା କରିବାରେ ବ୍ୟସ୍ତ ! ଆଉ କେହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପ୍ରସ୍ତୁତିର ଆୟୋଜନରେ ବ୍ୟସ୍ତ ! ତେବେ କଟକ ସାଂସଦ କାହିଁ ଆସିଲେ ନାହିଁ ତାହା ଜଣା ପଡ଼ିନାହିଁ ! ସଂସଦୀୟ କ୍ଷେତ୍ର ଦୃଷ୍ଟିରୁ ବାଙ୍କୀ ତାଙ୍କ କର୍ମଭୂମି , ବ୍ୟକ୍ତିଗତ ସମ୍ପର୍କ ଦେଖିଲେ ବାଙ୍କୀ ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ ତ୍ରିପାଠୀ ତାଙ୍କର ଏକାନ୍ତ ନିଜସ୍ୱ ! ତେବେ ମହୋତ୍ସବ ମଞ୍ଚକୁ ନିମନ୍ତ୍ରିତ ବିଜେପିର ଏହି ଫ୍ରଣ୍ଟ ଲାଇନର ମାନେ ନଆସିବାରୁ ସାଧାରଣ ଲୋକେ ଦୁଃଖିତ ହୋଇଥିବା ସମୟରେ ଆଉ କିଛି ବିଜେପି କର୍ମୀ ଭାରି ଖୁସି ଅଛନ୍ତି ! ସେ ଯାହାବି ହେଉ ମଞ୍ଚରେ ବିଜେପିର ସ୍ଵାକ୍ଷର ପାଇଁ ତିନି ଦିନର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ତିନି ବିଜେପି ନେତା ! ଉଦଘାଟନୀ ଉତ୍ସବରେ ବାଙ୍କୀ ବିଜେପି ନେତା ତଥା ରାଜ୍ୟ କୃଷକ ମୋର୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଉପସ୍ଥିତ ରହିଥିବା ସମୟରେ ତୃତୀୟ ସନ୍ଧ୍ୟାରେ ବାଙ୍କୀ ମହୋତ୍ସବର ପ୍ରଥମ ସାଧାରଣ ସମ୍ପାଦକ ତଥା ବିଜେପି ନେତା ଅଜୟ କୁମାର ସ୍ୱାଇଁ ଏବଂ ଚତୁର୍ଥ ସନ୍ଧ୍ୟାରେ ଆଉ ଜଣେ ବିଜେପି ନେତା ସୁବଳ କୁମାର ବେହେରା ଉପସ୍ଥିତ ରହିଥିଲେ !

କାରଣ ଯାହାବି ହେଉ , ଯିଏ ଯାହା ସଫେଇ ଦେଉ କିନ୍ତୁ ଏକଥା ସତ ଯେ – ଗତ ବର୍ଷ ବାଙ୍କୀ ମହୋତ୍ସବ ମଞ୍ଚ କାର୍ଯ୍ୟକ୍ରମ ପରେ ବାଙ୍କୀ ବିଜେପିର ଆଭ୍ୟନ୍ତରୀଣ ମାମଲା ରେ ଯେଉଁ ହଲଚଲ ହୋଇଥିଲା ତାହା ଚଳିତ ବର୍ଷ କାର୍ଯ୍ୟକ୍ରମ ପରେ ୟୁ ଟର୍ଣ୍ଣ ନେଇଛି !

