ପ୍ରଣବ ପଟ୍ଟନାୟକ ସ୍ମୃତି ସମ୍ମାନ ପାଇଲେ କଣ୍ଠଶିଳ୍ପୀ ଜିତେନ୍ଦ୍ର ମହାପାତ୍ର !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଆମ ପ୍ରତିଭା ଆମ ପରିଚୟ ର 24 ତମ ବାର୍ଷିକ ଉତ୍ସବ ରେ ବିଭିନ୍ନ ବର୍ଗ ରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି ଅବସରରେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ! ସମାଜସେବୀ ତଥା ଯୁବ କଣ୍ଠଶିଳ୍ପୀ ଜିତେନ୍ଦ୍ର ମହାପାତ୍ର ଙ୍କୁ ଓଡ଼ିଶା ର ଲବ୍ଧ ପ୍ରତିଷ୍ଠିତ ଗୀତିକାର ତଥା ସଙ୍ଗୀତ ଜଗତର କିମ୍ବଦନ୍ତୀ ସ୍ୱର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଣବ ପଟ୍ଟନାୟକ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି ! ପିଲାଟି ଦିନରୁ ସଙ୍ଗୀତ ରେ ରୁଚି ରଖିଥିବା ଜିତେନ୍ଦ୍ର ମହାପାତ୍ର ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ କୁ ସାଧୁବାଦ ଜଣାଇଛନ୍ତି !

Leave a Reply

Your email address will not be published. Required fields are marked *