ତାଳଚେର ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଆଜାଦି ର ଅମୃତ ମହୋତ୍ସବ ସାରା ଦେଶରେ ପାଳନ ହେଉଥିବା ବେଳେ, ଏନଟିପିସି ତାଳଚେର ଥର୍ମାଲ ଆଜି ତାର ପ୍ରଶାସନିକ ଭବନ ରୁ ମୁଖ୍ୟ ମହା ପ୍ରବନ୍ଧକ ଗୌତମ ଦେବ ଙ୍କ ନେତୃତ୍ୱ ରେ ଏକ ତ୍ରିରଙ୍ଗା ରାଲି ର ଆୟୋଜନ କରିଥିଲା . ଏଥିରେ ସମସ୍ତ କର୍ମଚାରୀ, ସି.ଆଇ.ଏସ.ଏଫ ପ୍ଲାଟୁନ ଯୋଗ ଦେଇଥିଲେ . ବନ୍ଦେ ମାତରଂ, ଭାରତ ମାତା କି ଜୟ ଧ୍ୱନୀ ନାରା ଦେଇ କାରଖାନା ର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା । ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ, ଜନସାଧାରଣ ଓ ଦେଶବାସୀ ଙ୍କ ମଧ୍ୟରେ ଜାତୀୟ ଭକ୍ତି ଉଦ୍ରେକ କରିବା ଓ ଦେଶ ପ୍ରତି ସମର୍ପିତ ହେବା ବୋଲି ଶ୍ରୀ ଗୌତମ ପ୍ରକାଶ କରିଥିଲେ ।
ଏନଟିପିସି ତାଳଚେର ଥର୍ମାଲ ରେ ତ୍ରିରଙ୍ଗା ଶୋଭାଯାତ୍ରା !!!

